ଘନଶ୍ୟାମ ନାୟକ

ଉଇକିପିଡ଼ିଆ‌ରୁ
ଘନଶ୍ୟାମ ନାୟକ
୨୦୧୯ରେ ଘନଶ୍ୟାମ ନାୟକ
Born(1944-05-12)୧୨ ମଇ ୧୯୪୪
Died୩ ଅକ୍ଟୋବର ୨୦୨୧(2021-10-03) (ବୟସ ୭୭)
Occupationଅଭିନେତା
Years active୧୯୬୦ – ୨୦୨୧
Known forତାରକ ମହେଟ୍ଟା କା ଉଲଟା ଚଷମା

ଘନଶ୍ୟାମ ନାୟକ (୧୨ ମଇ ୧୯୪୪ - ୩ ଅକ୍ଟୋବର ୨୦୨୧) ଜଣେ ଭାରତୀୟ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତା ଥିଲେ । ସେ ଅନେକ ଟେଲି ସିରିଏଲ ତଥା କଥାଚିତ୍ରରେ ଅଭିନୟ କରିଥିଲେ। ସେ ଲୋକପ୍ରିୟ ଦୂରଦର୍ଶନ ଧାରାବାହିକ ତାରକ ମେହେଟ୍ଟା କା ଉଲଟା ଚଷମାରେ ନଟବରଲାଲ ପ୍ରଭାଶଙ୍କର ଉଢାଇବାଲା ବା ନଟୁକାକା ଭୂମିକା ପାଇଁ ବେଶ୍ ଜଣାଶୁଣା ଥିଲେ ।[୧][୨]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଘନଶ୍ୟାମ ନାୟକ ୧୯୪୪ ମସିହାର ମଇ ୧୨ ତାରିଖରେ ବମ୍ବେରେ ଜନ୍ମଗ୍ରହଣ କରିଥିଲେ ।[୩]

ଅଭିନୟ ଜୀବନ[ସମ୍ପାଦନା]

ଘନଶ୍ୟାମ ନାୟକ ପାଖାପାଖି ୧୦୦ରୁ ଅଧିକ ଗୁଜରାଟୀ ଏବଂ ହିନ୍ଦୀ ଚଳଚ୍ଚିତ୍ର ଏବଂ ପ୍ରାୟ ୩୫୦ଟି ହିନ୍ଦୀ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଥିଲେ ।[୪] ସେ ୧୦୦ରୁ ଅଧିକ ଗୁଜରାଟୀ ମଞ୍ଚ ନାଟକରେ ମଧ୍ୟ ଅଭିନୟ କରିଥିଲେ । ସେ ଆଶା ଭୋସଲେ ଏବଂ ମହେନ୍ଦ୍ର କପୁରଙ୍କ ଭଳି ଜଣାଶୁଣା କଣ୍ଠଶିଳ୍ପୀଙ୍କ ସହିତ ୧୨ରୁ ଅଧିକ ଗୁଜରାଟୀ ଚଳଚ୍ଚିତ୍ରରେ ମଧ୍ୟ କଣ୍ଠଦାନ କରିଥିଏଲ ।[୫] ସେ ୩୫୦ରୁ ଅଧିକ ଗୁଜରାଟୀ ଚଳଚ୍ଚିତ୍ରର ଡବିଂରେ ମଧ୍ୟ କାମ କରିଥିଲେ ।

ମୃତ୍ୟୁ[ସମ୍ପାଦନା]

ଘନଶ୍ୟାମ ନାୟକ ୨୦୨୧ ମସିହାର ଅକ୍ଟୋବର ୩ ତାରିଖରେ ୭୭ ବର୍ଷ ବୟସରେ କର୍କଟ ରୋଗରେ ଶିକାର ହୋଇ ମୃତ୍ୟୁ ବରଣ କରିଥିଲେ।[୬]

ଅଭିନୀତ କଥାଚିତ୍ର ଓ ଦୂରଦର୍ଶନର ତାଲିକା[ସମ୍ପାଦନା]

ଦୂରଦର୍ଶନ ଧାରାବାହିକ[ସମ୍ପାଦନା]

  • ଖିଚିଡ଼ି (ହିନ୍ଦୀ) - ଜଣେ ବିକ୍ରେତା ଭୂମିକାରେ
  • ମଣିମୁକଟୁ (ଗୁଜରାଟୀ) - ମକଟଲାଲ (ନାୟକ‌)
  • ଫିଲିପ୍ସ ଟପ୍ ଟେନ୍ - ମଖନ
  • ଏକ ମହଲ ହୋ ସପ୍ନୋକା - ମୋହନ ଭୂମିକାରେ |
  • ଦିଲ୍ ମାଙ୍ଗେ ମୋର୍ - ରୋଗୀ ଭୂମିକାରେ
  • ସାରଥୀ - ଘନୁ କାକା
  • ସରାଭାଇ ଭର୍ସେସ୍ ସରାଭାଇ (୨୦୦୪) ବିଠଲ କାକା
  • ତାରକ ମେହେଟ୍ଟା କା ଉଲଟା ଚଷମା (୨୦୦୮ - ୨୦୨୧) - ନଟୁକାକା
  • ଛୁତା ଛେଡ଼ା (୨୦୧୨) (ଗୁଜରାଟୀ)

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର ଭୂମିକା
୧୯୬୦ ମାସୁମ୍ ଶିଶୁ କଳାକାର
୧୯୭୪ ବାଲକ୍ ଧ୍ରୁବ୍ ଆଶ୍ରମ ଶିଶ୍ୟ
୧୯୯୨ ବେଟା ହାବିଲ୍‌ଦାର
୧୯୯୩ ତିରଙ୍ଗା ରାମ ଲଖନ (ଡ. ଗୁପ୍ତାଙ୍କ ଚାକର)
ଆଂଖେ ଗ୍ରାମବାସୀ
ଆଶିକ୍ ଆୱାରା ପୋଲିସ୍ କନଷ୍ଟେବଳ
୧୯୯୪ ଲାଡ୍‌ଲା ଦରୁଆନ୍
କ୍ରାନ୍ତିବୀର କଲ୍ୟାଣଜୀ ଭାଇ
ଏନା ମୀନା ଡୀକା ଭିକାରୀ
୧୯୯୫ ଆନ୍ଦୋଳନ ପ୍ରଫେସର୍
ବର୍ସାତ୍ ବସ୍ତିବାଲା
୧୯୯୬ ମାଫିଆ ହାବିଲଦାର
ଚାହାତ୍ ଡାକ୍ତରଖାନାର ରୋଗୀ
କ୍ରୀଷ୍ଣା ଅମର ପ୍ରଭାକରଙ୍କ ଲୋକ
ଘାତକ ଡାକ୍ତରଖାନାର ରିସେପ୍‌ସନିଷ୍ଟ୍
୧୯୯୭ ଇସ୍କ ଇନ୍ସପେକ୍ଟର
୧୯୯୮ ଶାମ୍ ଘନଶ୍ୟାମ ନାୟିକାଙ୍କ ପିତା
ଚାଇନା ଗେଟ୍ ମ୍ୟାନେଜର୍
ବାରୁଦ୍
୧୯୯୯ କଚ୍ଚେ ଧାଗା ଇନ୍ସପେକ୍ଟର
ହମ୍ ଦିଲ୍ ଦେ ଚୁକେ ସନମ୍ ବିଠକ କାକା
୨୦୦୦ ତେରା ଯାଦୁ ଚଲ୍ ଗୟା ବନିୟା
ଶିକାରୀ ଘନଶ୍ୟାମ (ରୋଷେୟା)
୨୦୦୧ ଚେହେରା ମତ୍ କା
ଲାଜ୍ଜା ଟିକୁ
୨୦୦୩ ତେରେ ନାମ୍ ଚନ୍ଦୁ ଚାଏବାଲା
୨୦୦୪ ଖାକି ଟେଲର୍
ପୋଲିସ୍ ଫୋର୍ସ: ଏନ୍ ଇନ୍‌ସାଇଡ୍ ଷ୍ଟୋରୀ ସାଧାରଣ ଜନତା
୨୦୦୭ ପଙ୍ଗା ନା ଲୋ ନାଟକବାଲା
ଅଣ୍ଡର୍‌ଟ୍ରାଏଲ୍ କଏଦୀ
୨୦୦୯ ଢୁଣ୍ଡତେ ରେହ ଯାଓଗେ ପଣ୍ଡିତ
୨୦୧୦ ହେଲୋ! ହମ୍ ଲଲ୍ଲନ୍ ବୋଲ୍ ରହେ ହେଁ ଚାକର
୨୦୧୬ ଏକ୍କୋ ବାଦଶାଃ ରାନୀ
୨୦୧୭ ଲଭ୍ ନି ଭବାଇ ଚାହା ବିକାଳୀ
୨୦୧୯ ୱିଗ୍ ବସ୍

ଆଧାର [ସମ୍ପାଦନା]

  1. "I am not suffering from any financial woes, will resume shooting for Taarak Mehta Ka Ooltah Chashmah soon, says Natukaka". Tanvi Trivedi. The Times of India. 26 May 2021. Retrieved 26 May 2021.
  2. "'Taarak Mehta Ka Ooltah Chashmah team gave standing ovation to our Nattu Kaka': Munmun Dutta pens tribute for Ghanshyam Nayak". The Indian Express. 5 October 2021. Retrieved 6 October 2021.
  3. Team, Tellychakkar. "Birthday dhamaka in Taarak Mehta Ka Ooltah Chashmah". Tellychakkar.com (in ଇଂରାଜୀ). Retrieved 3 October 2021.
  4. "Hindi Tv Actor Ghanshyam Nayak Biography, News, Photos, Videos". nettv4u (in ଇଂରାଜୀ). Retrieved 28 August 2020.
  5. "प्लेबैक सिंगर भी हैं 'तारक मेहता...' के 'नट्टू काका', आशा भोसले संग गाए गाने". Navbharat Times (in ହିନ୍ଦୀ). Retrieved 28 August 2020.
  6. Yadav, Prerna (2021-10-03). "Ghanshyam Nayak aka Nattu Kaka of Taarak Mehta Ka Ooltah Chashmah passes away". www.indiatvnews.com (in ଇଂରାଜୀ). Retrieved 2021-10-06.

ବାହାର ଆଧାର[ସମ୍ପାଦନା]