User:Satapathyo/sandbox

Coordinates: 29°47′10″N 95°27′36″W / 29.786°N 95.460°W / 29.786; -95.460
From Wikipedia, the free encyclopedia
ଅଟି ଅନ୍ତରାଷ୍ଟ୍ରୀୟ ବିଦ୍ୟାଳୟ
Location
Map
,
ଯୁକ୍ତରାଷ୍ଟ୍ର ଆମେରିକା
Coordinates29°47′10″N 95°27′36″W / 29.786°N 95.460°W / 29.786; -95.460

ଅଟି ଅନ୍ତରାଷ୍ଟ୍ରୀୟ ବିଦ୍ୟାଳୟ[edit]

ଯୁକ୍ତରାଷ୍ଟ୍ର ଆମେରିକା ର, ଟେକ୍ସସ ରାଜ୍ୟ ର, ପଶ୍ଚିମ ହୌଷ୍ଟନ ରେ, ସ୍ପ୍ରିଙ୍ଗ ଶାଖା ରେ ଅବସ୍ଥିତ, ଅଟି ଅନ୍ତରାଷ୍ଟ୍ରୀୟ ବିଦ୍ୟାଳୟ, ଏକ ଅସାର୍ଵଜନିକ ବିଦ୍ୟାଳୟ ଅଟେ, ଯେଉଁଠାରେ ପ୍ରାକ ଶିଶୁ ବିହାର ଠାରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀ ମାନେ ଅଧ୍ୟୟନ କରନ୍ତି | ଫ୍ରାନ୍ସ ଏବଂ ଅନ୍ୟ ଦେଶ ରୁ ଫ୍ରେଞ୍ଚ ଭାଷୀ ବିଦ୍ୟାର୍ଥୀ ମାନଙ୍କ ସକାଶେ, ଦ୍ଵିଭାଷିକ ପାଠ୍ୟକ୍ରମ ପ୍ରଦାନ କରୁଥିବା ଅଟି, ଆମେରିକା ର ବୃହତ୍ତମ ଅନ୍ତରାଷ୍ଟ୍ରୀୟ ବିଦ୍ୟାଳୟ ଏବଂ ହୌଷ୍ଟନ ର ବୃହତ୍ତମ ଅସାର୍ଵଜନିକ ବିଦ୍ୟାଳୟ ଅଟେ|

ପରିସର

ଇତିହାସ[edit]

୧୦ ସେପ୍ଟେମ୍ବର, ୧୯୫୬[1] ମସିହାରେ, ୩୭୩୬ ୱେଷ୍ଟଇମେର[2] ରୋଡ ରେ, ଅଟି[3] ସ୍ଥାପନା ହୋଇଥିଲା | ପ୍ରାରମ୍ଭ ରେ ଏକ ପ୍ରାକ ବିଦ୍ୟାଳୟ ରୂପେ କେଥଳୀନ "କେୟ" ଅଟି ଦ୍ଵାରା ସ୍ଥାପିତ ହୋଇଥିଲା | ପ୍ରାରମ୍ଭରେ ବିଦ୍ୟାଳୟରେ ୨୭ ଜଣ ବିଦ୍ୟାର୍ଥୀ ଶିଶୁ ଵିଵାହାର ଏବଂ ପ୍ରାକ ଶିଶୁ ବିହାରରେ ଥିଲେ[3] | ୧୯୬୦ ମସିହାରେ, ବିଦ୍ୟାଳୟଟି ୧୬୧୫ ଗାରେଟସନ ଷ୍ଟ୍ରୀଟକୁ ସ୍ଥାନାନ୍ତରିତ ହେଲା | ୧୯୭୦ ବେଳକୁ ବିଦ୍ୟାର୍ଥୀଙ୍କ ସଂଖ୍ୟା ୨୫୦ ଥିଲା ଏବଂ ପ୍ରାକ ବିଦ୍ୟାଳୟଠାରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ହେଉଥିଲା | ୧୯୭୫ ମସିହାରେ ଉଚ୍ଚବିଦ୍ୟାଳୟ ଆରମ୍ଭ ହେଲା ଓ ୧୯୭୬ ମସିହାରେ ଚାରି ଜଣ ଛାତ୍ରୀ ସ୍ନାତକ ଉପାଧି ପ୍ରାପ୍ତ ପୂର୍ବକ ପ୍ରଥମ ସ୍ନାତକଧାରୀ ହେଲେ | ୧୯୭୯ ରେ, ଅଟି ର ବିଲୟ ହୌଷ୍ଟନରେ ଥିବା ଫରାସୀ ବିଦ୍ୟାଳୟ ସହ ହୋଇ ଦ୍ଵିଭାଷିକ ପାଠ୍ୟକ୍ରମ ଆରମ୍ଭ ହେଲା | ସେହି ବର୍ଷ ବିଦ୍ୟାଳୟଟି ବର୍ତମାନ ଥିବା ବିଦ୍ୟାଳୟ ପରିସରକୁ ସ୍ଥାନାନ୍ତରିତ ହେଲା | ୧୯୮୪ ରେ ବର୍ତମାନର ଥିବା ଅଟି ଅନ୍ତରାଷ୍ଟ୍ରୀୟ ବିଦ୍ୟାଳୟ ନାମରେ ନାମିତ ହେଲା | ପ୍ରାକ ବିଦ୍ୟାଳୟ ସୁବିଧା ୧୯୯୦ ରେ ଖୋଲାଗଲା | କେୟ ଅଟିଙ୍କ ମୃତ୍ୟୁ ୧୯୯୬ ରେ ହୋଇଥିଲା | ୨୦୦୬ ରେ ବିଦ୍ୟାଳୟର ୫୦ତମ ବାର୍ଷିକୀ ଅବସରରେ ୫୦ ଲକ୍ଷ ଦଲଲର ବ୍ୟୟରେ ୧୪୦୦ ବ୍ୟକ୍ତି ବସିପାରିବ ବିଶିଷ୍ଟ କ୍ରୀଡାଙ୍ଗନ ଓ ୮୫ ଟି ଗାଡି ରଖିବା ସ୍ଥାନ ସହ ଟେନିସ କୋର୍ଟ ନିର୍ମାଣ କରାଯାଇ ଥିଲା | ସହବନ୍ଧନ ଓ ମାନ୍ୟତା

ସହବନ୍ଧନ ଓ ମାନ୍ୟତା[edit]

ଅଟି ମିଶନ ଲାଇକ ଫ୍ରାସେଜ (Mission Laïque Française) ସଂସ୍ଥା ସହିତ ଅନୁବନ୍ଧିତ | ଇଣ୍ଟରନେଶନଲ ବେକଳରେଟ ଅର୍ଗାନାଇଜେଶନ(IBO), ଦ ଇଂଡିପେଣ୍ଡେଣ୍ଟ ସ୍କୂଲସ ଏସୋସିଏସନ ଅଫ ସାଉଥ ୱେଷ୍ଟ (ISAS), ଦ କାଉନ୍ସିଲ ଅଫ ଇଣ୍ଟରନେଶନଲ ସ୍କୂଲସ (CIS), ଦ ମିନିଷ୍ଟ୍ରି ଅଫ ନେଶନଲ ଏଜୁକେଶନ ଅଫ ଫ୍ରାନ୍ସ (The Ministry of National Education of France ) ଏବଂ ଦ ମିନିସ୍ଟ୍ରି ଅଫ ଏଜୁକେଶନ, କଲ୍ଚର ଏଣ୍ଡ ସାଇନ୍ସ (The Ministry of Education, Culture, and Science of the Netherlands ) ସଂସ୍ଥା ଗୁଡିକ ଅଟି କୁ ମାନ୍ୟତା ପ୍ରଦାନ କରିଛନ୍ତି[4] | ଅଟି ନେଶନାଲ ଏସୋସିଏସନ ଅଫ ଇଂଡିପେଣ୍ଡେଣ୍ଟ ସ୍କୂଲସ (NAIS), ଟେକସସ ଏସୋସିଏସନ ଅଫ ପ୍ରାଇଭେଟ ଆଣ୍ଡ ପାରୋକିଆଲ ସ୍କୂଲସ (TAPPS) , ହୂଷ୍ଟୋନ ଏରିଆ ଇଂଡିପେଣ୍ଡେଣ୍ଟ ସ୍କୂଲସ (HAIS) , ଏବଂ ଟେକସସ ଇଣ୍ଟେରନେଶନାଲ ବେକାଳରଟ ସ୍କୂଲସ (TIBS) ସଂସ୍ଥା ମାନଙ୍କ ମଧ୍ୟ ସଦସ୍ୟ ଅଟେ |

ପାଠ୍ୟକ୍ରମ[edit]

ଅଟି ବିଦ୍ୟାଳୟ ଆଇବି ଡିପ୍ଲୋମା (IB Diploma)[2], ଦ ଫ୍ରେଞ୍ଚ ବେକଳରେଟ (The French Baccalaureate)[5] ଏବଂ ଆମେରିକାନ ଡିପ୍ଲୋମା (American Diploma) ପ୍ରଦାନ କରେ | ୨୦୧୪ ସୁଦ୍ଧା ଅଟି ବିଦ୍ୟାଳୟ ବୁହତ୍ତ ହିଊଷ୍ଟନ ର ଏକମାତ୍ର ବିଦ୍ୟାଳୟ ଯିଏ ଫ୍ରେଞ୍ଚ ବେକଳରେଟ ଡିପ୍ଲୋମା ପ୍ରଦାନ କରେ |

ନିଜ ମୂଳଭାଷା ଭାଷୀ ବିଦ୍ୟାର୍ଥୀ ମାନକ ପାଇଁ ଵିଦ୍ୟାଲର ନିର୍ଦିଷ୍ଟ କାର୍ଯ୍ୟକ୍ରମ ରହିଛି | ବିଦ୍ୟାଳୟରେ ଇଂରାଜୀ, ଫରାସୀ, ସ୍ପାନିଶ, ଆରବୀ, ଡଚ, ଜର୍ମାନ ଏବଂ ଇଟାଲିଆନ ଭାଷା ପାଇଁ କାର୍ଯ୍ୟକ୍ରମ ରହିଛି | ସମସ୍ତ ବିଦ୍ୟାର୍ଥୀ ମାନଙ୍କ ପକ୍ଷେ ବିଦେଶୀ ଭାଷା ଶିଖିବା ଆବଶ୍ୟକତା ରହିଛି | ବିଦେଶୀ ଭାଷା ମଧ୍ୟରେ ଫରାସୀ, ସ୍ପାନିଶ ଏବଂ ଇଂରେଜୀ ଭାଷା ଉପଲବ୍ଧ |

ପରିସର[edit]

ପଶ୍ଚିମ ହୌଷ୍ଟନ ର ସ୍ପ୍ରିଙ୍ଗ ଶାଖା ରେ ୧୫ ଏକର ଜମିରେ ବିଦ୍ୟାଳୟ ର ପରିସର ପରିବ୍ୟାପ୍ତ | ଏହା ୬୧୦[6] ଲୂପ ଏବଂ ଅନ୍ତରାଜ୍ୟ ହାଇୱେ ୧୦ ର ଛକସ୍ଥାନ ନିକଟରେ ଓ ଛକର ଉତ୍ତର ପଶ୍ଚିମ ଦିଗ ରେ ଅବସ୍ଥିତ | ପରିସର ଭବନରେ ୧୨୦ ଟି ଶ୍ରେଣୀଗୃହ ରହିଛି | ବିଦ୍ୟାଳୟର ପ୍ରବେଶ ଦ୍ବାର ନିକଟରେ ଅଟେ, ଲେଭଣ୍ତ ଫାଉଣ୍ଡେଶନ ବିଲଡିଂ (Levant Foundation Building), ଯେଉଁଥିରେ କା ତିନି ମହଲା ବିଶିଷ୍ଟ ୬୫୦୦୦ ବର୍ଗଫୁଟର ୩୩ ଟି ଶ୍ରେଣୀଗୃହର ସୁବିଧା ଅଛି | ୨୦୧୨ ରେ ଖୋଳାହେଇଥିବା ଏଇ ଭବନରେ ପ୍ରଶାସନିକ କାର୍ଯ୍ୟାଳୟ, ଏକ ଭୋଜନାଳୟ, ଦୁଇଟି କଳାକାକ୍ଷ ଏବଂ ଗୋଟିଏ ଡିଜିଟାଲ ଫୋଟୋଗ୍ରାଫି କକ୍ଷ ମଧ୍ୟ ଅଛି |ଏହି ନୂତନ ସୁବିଧା, ଅନେକ ଅସ୍ଥାୟୀ ଭବନମାନଙ୍କ ସ୍ଥାନ ନେଇଥିଲା | ବେଲି ବାସ୍ତୁକାର (Bailey Architects) ଦ୍ଵାରା ପରିକଳ୍ପିତ, ଏକ ୫ କୋଟି ଦଲଲରର ନିର୍ମାଣ କାର୍ଯ୍ୟକ୍ରମ ର ଚାରି ପର୍ଯ୍ୟାୟ ବିଶିଷ୍ଟ, ପ୍ରଥମ ପର୍ଯ୍ୟାୟରେ , ଏକ ପାଞ୍ଚ ମହଲା ଗାଡି ରଖିବା ସ୍ଥାନର ନିର୍ମାଣ ହୋଇଥିଲା | ପରିଯୋଜନାର ଦ୍ଵିତୀୟ ପର୍ଯ୍ୟାୟରେ ୨୦୧୪ ମସିହାରେ ଏକ ନୂତନ ପ୍ରାଥମିକ ଭବନ ଆରମ୍ଭ ହୋଇଥିଲା ଏହି ପ୍ରାଥମିକ ଭାବନାରେ ଏକ କମ୍ପ୍ୟୁଟର ପ୍ରୟୋଗଶାଲା, ଏକ ମିଡ଼ିଆ କକ୍ଷ, ଏକ ଚିକିତ୍ସାଳୟ, ଦୁଇଟି କଲା କକ୍ଷ ଏବଂ ଶିକ୍ଷକ ମାନଙ୍କ ସକାଶେ ଏକ ବିଶ୍ରାମ କକ୍ଷ ଓ କାର୍ଯ୍ୟାକାକ୍ଷ ମଧ୍ୟ ରହିଛି | ଐତିହାସିକ ଦୃଷ୍ଟିକୋଣରୁ ଅଟି ବିଦ୍ୟାଳୟ ଅସ୍ଥାୟୀ ଭବନଗୁଡିକର ଉପଯୋଗ ଉପରେ ନିର୍ଭର କରିଛି ଏବଂ ପ୍ରାଥମିକ ଵିଦ୍ୟାଲର ଶ୍ରେଣୀମାନ, ବିଦ୍ୟାଳୟ ର ପ୍ରାରମ୍ଭରୁ ନିର୍ମିତ ଭବନ, "ବିଗ ବ୍ଲୁ" (Big Blue) ରେ ଅବସ୍ଥିତ ଥିଲା | ଏକ ନୂତନ ଛାତ୍ର ସେବା କେନ୍ଦ୍ର ନିର୍ମାଣ (Student Services Center ) ସକାଶେ, ୨୦୧୪ ରେ "ବିଗ ବ୍ଲୁ" ର ଵିଧ୍ଵଂଶ ହୋଇଥିଲା | ଗେରେଟ ସ୍ତ୍ରୀଟି ରେ ଥିବା ପୂର୍ବ ପରିସର, ୬୧୦ ଲୂପ ର ପଶ୍ଚିମରେ ଥିଲା, ଯେଉଁଟା ବର୍ତମାନ ଅପ ଟାଉନ ହୌଷ୍ଟନ ଜିଲ୍ଲା ନାମରେ ପରିଚିତ ଏବଂ ରିଭର ଓ଼କ୍ସ (River Oaks ) ଓ ଟାଙ୍ଗଲ ଉଡ (Tanglewood) |

ଛାତ୍ରସଂସଦ[edit]

୨୦୧୪ ପର୍ଯ୍ୟନ୍ତ ବିଦ୍ୟାଳୟରେ ୧୫୫୦ରୁ ଅଧିକ ବିଦ୍ୟାର୍ଥୀ ଅଛନ୍ତି | ଏହି ସକାଶେ ଅଟି ବିଦ୍ୟାଳୟକୁ ଆମେରିକାର ସର୍ବବୃହତ ଅନ୍ତରାଷ୍ଟ୍ରୀୟ ବିଦ୍ୟାଳୟ ଏବଂ ହୌସ୍ତନର ବୃହତ୍ତମ ବେସରକାରୀ ବିଦ୍ୟାଳୟ ରୂପେ ମାନ୍ୟତା ପ୍ରାପ୍ତ ଦେଇଛି | ୨୦୧୪ ପର୍ଯ୍ୟନ୍ତ ବିଦ୍ୟାର୍ଥୀ ମାନେ ମୂଳତଃ ଯୁକ୍ତରାଷ୍ଟ୍ର ଆମେରିକା, ଫ୍ରାନ୍ସ, ଏବଂ ୪୮ ଅନ୍ୟ ଦେଶରୁ ଅଛନ୍ତି | ପ୍ରାୟତଃ ୪୦ ପ୍ରତିଶତ ବିଦ୍ୟାର୍ଥୀ ଆମେରିକାରର, ୩୦ ପ୍ରତିଶତ ଫ୍ରାନ୍ସର ଏବଂ ଅବଶିଷ୍ଟ ବିଦ୍ୟାର୍ଥୀ ଅନ୍ୟ ଦେଶ ମାନଙ୍କର |

କ୍ରୀଡା କାର୍ଯ୍ୟକ୍ରମ[edit]

ପ୍ରଶଂସକ ମାନେ ଅଟି ଶୁଭଂକର ସାଙ୍ଗରେ

ତାଲିମଦାତା ଲିଣ୍ଡସେ ୟାଙ୍ଗଢ଼ାଲ (ଲିଂଦସ୍ୟ ୟୌଙ୍ଗଡାହାଳ), ଅଟିର କ୍ରୀଡା ବିଭାଗର ପ୍ରମୁଖ ଅଟନ୍ତି | କ୍ରୀଡା ପରିସରଟି (ଅଵଟୀ ଫାଇଲଡ), ୧୨୫୫ ନର୍ଥ ପୋଷ୍ଟ ଓକରେ ଅବସ୍ଥିତ ମୁଖ୍ୟ ପରିସରର ନିକଟବର୍ତୀ| ଏହାର ଉଦ୍ଘାଟନ ସମାରୋହ ଏପ୍ରିଲ ୨୨, ୨୦୦୮ ରେ ହୋଇଥିଲା | କ୍ରୀଡା ପରିସର ରେ ୧୪୦୦ ବସିବା ସ୍ଥାନ ସହ କ୍ରୀଡାଙ୍ଗନ, ଚାରୋଟି ଟେନିସ କୋର୍ଟ, ପତ୍ରକାର ମାନଙ୍କ ପାଇଁ ଗୋଟିଏ ସଂରକ୍ଷିତ ସ୍ଥାନ (ପ୍ରେସ୍ର ବକ୍ସ), ଗୋଟିଏ ପୋଳିଏଥଳୀନ ର ଫୂଟବଲ ପଡିଆ, ୮୦ ଟି ଗାଡି ରଖିବା ସ୍ଥାନ, ଲକର କକ୍ଷ, ଭଣ୍ଡାରଗୃହ ସୁବିଧା, ତାଲିମଦାତାଙ୍କ ସକାଶେ କାର୍ଯ୍ୟାଳୟ ଏବଂ ଗୋଟିଏ କନ୍ସେସନ ସ୍ଟାନ୍ଡ (କଂସେସନ ସ୍ଟାନ୍ଡ) ଅନ୍ତର୍ଭୁକ୍ତ| ଏ ସବୁ ଅତିରିକ୍ତ, ଏକ ଦୌଡିବା ପାଇଁ ଢାବାନ ପଥ ଯେଉଁଟା ବୃତ୍ତାକାର ହୋଇ ଅନ୍ୟ ସମସ୍ତ ସୁବିଧା ଚାରିପଟେ ଯାଇଛି | ଟ୍ରାକଟି ୪୦୦ ମିଟର ଲମ୍ବା ଏବଂ ୮ ପାଠ ବିଶିଷ୍ଟ ଅଟେ| ଏହାର ଓସାରିଆ ମୋଡ ସହ ଉପରିଭାଗଟି ୧୦୦୦ ଉରଃଏଥେନର | ହୌଷ୍ଟନ ଡୈନାମୋ ର ମଧ୍ୟ ଭାଗ ଖେଳାଳି ଏବଂ ବିଦ୍ୟାଳୟର ଭୁତପୁର୍ବ ଛାତ୍ର ସ୍ଟୁୱାର୍ଟ ହୋଲଡ଼ର (Stuart Holden) ୨୦୦୮ ର ଉଦ୍ଘାଟନ ସମାରୋହରେ ଉପସ୍ଥିତ ଥିଲେ | କ୍ରୀଡା ପରିସର ର ଉଦ୍ଘାଟନ ପୂର୍ବରୁ ପ୍ରତ୍ୟେକ କ୍ରୀଡା ପ୍ରତିଯୋଗୀ ଦଳ ମାନେ, ଅଲଗା ଅଲଗା ସ୍ଥାନରେ ଅଭ୍ୟାସ କରୁଥିଲେ| ଟେନିସ ଖେଳାଳି ଦଳ (tennis team ) ନିଜସ୍ଵ ଘରୁଆ ଖେଳମାନ (home games), ଟେକ୍ସସ ଏସୋସିଏସ୍ନ ଅଫ ପ୍ରାଇଭେଟ ଆଣ୍ଡ ପେରୋକିଆଲ ସ୍କୂଲ (Texas Association of Private and Parochial Schools) ର ୫୭ ଜିଲ୍ଲାର ଅନ୍ୟାନ୍ୟ ବିଦ୍ୟାଳୟରେ ଥିବା ଟେନିସ କୋର୍ଟ ମାନଙ୍କରେ ଖେଳୁଥିଲେ ଏବଂ ମେମୋରିଆଲ ପାର୍କ (Memorial Park) ରେ ଥିବା ମେମୋରିଆଲ ପାର୍କ ଟେନିସ ସେଣ୍ଟର (Memorial Park Tennis Center) ରେ ଖେଳିବା ଅଭ୍ୟାସ କରୁଥିଲେ | ଐତିହାସିକ ଦୃଷ୍ଟିରୁ ଧାବକ ଦଳ, TAPPS 5A ବିଦ୍ୟାଳୟ ମାନଙ୍କରେ ଥିବା ଅନେକ ଅଲଗା ଅଲଗା କ୍ରୀଡାଙ୍ଗନ ମାନଙ୍କରେ ଅଭ୍ୟାସରତ ଥିଲେ | ୨୦୦୮ ମସିହାରେ ଅଟିର ଦଳ ସେନ୍ଟ ଜନ୍ସ ସ୍କୂଲ (St . John's School ) ରେ ଅଭ୍ୟାସ କରୁଥିଲେ | ଫୁଟବଲ ଖେଳାଳି ଦଳ, ନୂତନ ପରିସରର ଉଦ୍ଘାଟନ ପୂର୍ବରୁ ଅନ୍ୟ ବିଦ୍ୟାଳରେ ଥିବା ଫୂଟବଲ ଖେଳ ମାନଙ୍କରେ ଭାଗ ନେଉଥିଲେ ଏବଂ ସେମାନେ ଅଟି ପରିସରରେ ଥିବା ଫୂଟବଲ ପଡିଆରେ ଅଭ୍ୟାସ କରୁଥିଲେ | ହୌଷ୍ଟନ କ୍ରୋନିକଲ (Houston Chronicle) ର ଏଂନେଟ ବେୱାର୍ଡ଼ (Annette Baird) ପୂର୍ବ ଫୂଟବଲ ପଡିଆ କୁ "ସାଧାରଣ ଆକାର ଠାରୁ ଛୋଟ ଏବଂ ବନ୍ଧୁର ପଡିଆ" ରୂପେ ବର୍ଣନା କରନ୍ତି | ବର୍ତମାନ ସମୟରେ ଅଟିର ବିଦ୍ୟାର୍ଥୀ ମାନେ ଡାଁଡ୍ସ କ୍ଳବ (Dad's Club) ରେ ସନ୍ତରଣ ଅଭ୍ୟାସ କରନ୍ତି |

ଉଦ୍ଧାରଣ[edit]

  1. ^ Hughes, Kim. "Awty school marks its 50th". chron.com. Chron. Retrieved 10 February 2018.
  2. ^ a b "About Us - The Awty International School - Houston". www.awty.org. Retrieved 2018-02-15.
  3. ^ a b "Awty building planned for elementary grades". Houston Chronicle. Retrieved 2018-02-15.
  4. ^ "Accreditations - The Awty International School - Houston". www.awty.org. Retrieved 2018-02-15.
  5. ^ "https://www.bizjournals.com/houston/morning_call/2014/04/houston-private-schools-struggle-with-boom-in.html". www.bizjournals.com. Retrieved 2018-02-15. {{cite web}}: External link in |title= (help)
  6. ^ "Awty starts expansion project". Houston Chronicle. Retrieved 2018-02-15.